Latest Odisha News

ମା’ ସୁରେଶ୍ବରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର: ଆଜିଠୁ ଆରମ୍ଭ ହେଉଛି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଆଜିଠୁ ମା’ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦେବୀ ମା’ ଆଜି ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବୀ ମା’ ସୁରେଶ୍ବରୀଙ୍କ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ । ପରେ ତାରା, କାଳୀ, ଭୈରବୀ, ଉଗ୍ରତାରା, ଭୂବନେଶ୍ବରୀ, ମହିଷମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମା’ ସୁରେଶ୍ବରୀଙ୍କ ଶଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଆଜି ମା’ଙ୍କୁ ଅଗୁର, ଚନ୍ଦନ, କର୍ପୂର, ଗଙ୍ଗାଜଳ ଆଦି ପ୍ରଲେପ ପ୍ରଦାନ କରାଯାଇ ଧବଳମୁଖୀ ବେଶ କରାଯାଇଥାଏ ।

Leave A Reply

Your email address will not be published.