Latest Odisha News

BREAKING NEWS

ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’

ଭୁବନେଶ୍ବର : ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ବିତୀୟ ସଂସ୍କରଣକୁ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା ।

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ବିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ବିଚାରକଙ୍କ ଦ୍ବାରା ବଛା ଯାଇଥିବା ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ସୁଟିଂ କରାଯିବ । ଯାହାର ସିଧାସଳଖ ପ୍ରସାରଣ ଟିଭି ଚ୍ୟାନେଲ ମାଧ୍ୟମରେ ଦର୍ଶକ ଦେଖିପାରିବେ । ନିଜର ଖାଦ୍ୟ ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନଲାଇନରେ ଆବେଦନ କରିପାରିବେ ।

Comments are closed.