ନୂଆପଡା: ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ସହାୟତା ଅର୍ଥ ରାଶି ଆତ୍ମସାତ ଘଟଣା । ଅନେକ ଦିନର ନିରବ ପରେ ଜଣେ ଦଲାଲ ମଧ୍ୟସ୍ଥି ଶ୍ୟାମ କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଘଟଣା ପରେ ପୂର୍ବତନ ଭୁ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଫେରାର ଥିବା ଜଣା ପଡିଛି ।
ଜିଲ୍ଲାରେ ଦଲାଲ ଓ ଅଧିକାରୀଙ୍କୁ ଠକି ସହାୟତା ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଗୋଟିଏ ପଟେ ବିଭିନ୍ନ ବିସ୍ଥାପିତଙ୍କ ଟଙ୍କା ବିଭାଗୀୟ ଅଧିକାରୀ ଓ ଦଲାଲ ଆତ୍ମସାତ କରିଚାଲିଛନ୍ତି । ଅନ୍ୟପଟେ ବର୍ତ୍ତମାନ ମଲା ଲୋକଙ୍କ ନାଁ ରେ ମଧ୍ୟ କାଗଜ ପତ୍ର କରି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଜଣେ ଦଲାଲ ଶ୍ୟାମ କୁମାର ଅଗ୍ରୱାଲକୁ ଗୀରଫ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତି ଥିବା ଅନ୍ୟ ମାନେ ଫେରାର ହୋଇଯାଇଛନ୍ତି । ହଡ଼ପ ଟଙ୍କା ଫେରି ପାଇବାକୁ ଅନେକ ଆନ୍ଦୋଳନ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିସ୍ଥାପିତ ।
ପ୍ରଶାସନ ସବୁ ଜାଣି ଶୁଣି ଅଭିଯୁକ୍ତ ମାନଙ୍କୁ ପ୍ରଶୟ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଏ ବାବଦରେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣା ର ତଦନ୍ତ ଚଳାଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଡ଼ିଆଳ SDPO ଜେନା କହିଛନ୍ତି ।
Comments are closed.