Latest Odisha News

BREAKING NEWS

ଜାଗୃତିଙ୍କ ଫୋଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଛାଡିଥିବା ଏହି ଫଟୋରେ ଅନୁଭବ ଓ ଜାଗୃତି ଏକାଠି ବସି ଖାଉଥିବାର ଦେଖିବାକୁ ମିଳିଛି ।

ଏହି ଫଟୋର କ୍ୟାପସନରେ ଅନୁଭବ ଲେଖିଛନ୍ତି, ମୋର ବନ୍ଧୁ, ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବାକୁ ସବୁବେଳେ ଭଲ ଲାଗେ । ବହୁତ ଦୂର ପର୍ଯ୍ୟନ୍ତ ଯିବାର ଅଛି ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ଶେଷରେ ଥମ୍ପସ୍ଅପର ଏକ ଇମୋଜି ଲଗାଇଛନ୍ତି । ଗୋଟିଏ ପଟେ ପତ୍ନୀ ବର୍ଷାଙ୍କୁ ନେଇ ବିବାଦ ଲାଗି ରହିଛି ।

କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନର ଶୁଣାଣି ଚାଲିଛି । ଏହା ସହ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ମଧ୍ୟ ଶୁଣାଣି କରୁଛନ୍ତି ପରିବାର ଅଦାଲତ । ଏହାରି ଭିତରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରି ଚର୍ଚ୍ଚାର ଖୋରକ ଯୋଗାଇଛନ୍ତି ଅନୁଭବ ।

ଫଟୋ ପୋଷ୍ଟ କରି ଅନୁଭବ ଟ୍ରୋଲ୍ ହେଉଥିବା ବେଳେ ତାଙ୍କ ସମର୍ଥନ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଅନୁଭବଙ୍କୁ ଜଣେ ସମ୍ମାନୀୟ ବ୍ୟକ୍ତି କହିବା ସହିତ କୌଣସି ସ୍ପଷ୍ଟୀ କରଣ ନଦେବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ସବୁ ସମୟରେ ସେ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।

ଜାଗୃତି ଶୁକ୍ଳା ଜଣେ ସାମ୍ବାଦିକା। ଏବେ ସେ ଲୋକସଭା ଟିଭିରେ ଉପସ୍ଥାପିକା ଭାବେ କାମ କରୁଛନ୍ତି। ବର୍ଷାଙ୍କ ସହିତ ଅନୁଭବଙ୍କ ବିବାଦରେ ସାମ୍ନାକୁ ଆସିବା ପରେ ଜାଗୃତିଙ୍କ ନାଁ ସାମ୍ନାକୁ ଆସିଥିଲା। ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଜାଗୃତି ବୋଲି ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ।

ଏହାପୂର୍ବରୁ ବି ଥରେ ସାଂସଦ ଅନୁଭବ ମହାନ୍ତି ଜାଗୃତିଙ୍କ ଫଟୋ ସେୟାର କରିଥିଲେ। ଯେଉଁଥିରେ ସଂସଦ ଭବନ ପରିସରରେ ସମ୍ବଲପୁରୀ ଶାଢ଼ିରେ ନଜର ଆସିଥିଲେ ଜାଗୃତି । ସେତେବେଳେ ବି ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା  ।

‘‘ମୁଁ ଜଣେ ସାମ୍ବାଦିକ। ମୋ କାମ ପାଇଁ ମତେ ସାଂସଦଙ୍କ ସହ ନିୟମିତ କଥା ହେବାକୁ ପଡ଼େ। ସାଂସଦ ଅନୁଭବ ମହାନ୍ତିଙ୍କ ସହ ମୋର ଭଲ ବୃତ୍ତିଗତ ସମ୍ପର୍କ ରହିଛି। ଆମେ ଭଲ ବନ୍ଧୁ ମଧ୍ୟ। ଅନୁଭବ-ତାଙ୍କ ପତ୍ନୀ ବର୍ଷାଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ। କିନ୍ତୁ ଏଥରେ ମତେ ଟ୍ରୋଲ କରାଯାଉଛି। ଲୋକ ଆପତ୍ତିଜନକ କମେଣ୍ଟଜନକ କମେଣ୍ଟ କରୁଛନ୍ତି। ଏହା ମୋର ସମ୍ମାନ ହାନି କରୁଛି’’, ଲେଖିଥିଲେ ଜାଗୃତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଜାଗୃତି ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ବି ଟାର୍ଗେଟ କରିଥିଲେ । ତାଙ୍କୁ ବିବାଦକୁ ଟାଣିବା ଭିତରେ ବର୍ଷାଙ୍କ ପ୍ରଶଂସକଙ୍କ ହାତ ରହିଛି। ଏହାଛଡ଼ା ଜାଣିଶୁଣି ଏ ସବୁ କରାଯାଉଥିବାରୁ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ମହିଳା କମିସନ ଏ ବିଷୟରେ ଅନୁସନ୍ଧାନ କରୁ ବୋଲି ଜାଗୃତି କହିଥିଲେ। 

ଡିସେମ୍ବର ୧୧ରେ  ସାଂସଦ ଅନୁଭବ ମହାନ୍ତି ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଅନୁଭବଙ୍କ ସହିତ ତାଙ୍କ ବନ୍ଧୁ ଅଶ୍ୱିନୀ ଦୁବେ ଓ ଜାଗୃତି ଶୁକ୍ଳାଙ୍କୁ ଦେଖିବାକୁ ମିଳିଥିଲା। ଅନୁଭବ ଏହି ଫଟୋ ଜରିଆରେ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ।

ଏହାସହିତ ଜାଗୃତିଙ୍କୁ ସେ ତାଙ୍କ ବିପଦ ସମୟର ବନ୍ଧୁ ବୋଲି ନିଜ ପୋଷ୍ଟରେ କହିଥିଲେ। ଲହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫେସବୁକରେ ଅନେକ ଜାଗୃତିଙ୍କ ଆକ୍ଷେପ କରି କମେଣ୍ଟ କରିଥଲେ  ।

 

Comments are closed.