Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ ବାପା-ଝିଅ ମୃତ

ସୁନ୍ଦରଗଡ଼: ମହୁମାଛି ମାରି ଦେଲେ । ମହୁମାଛି ଆକ୍ରମଣରେ ଗଲା ବାପା-ଝିଅଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡ଼ାରେ ମହୁମାଛି ଆକ୍ରମଣରେ ବାପା-ଝିଅଙ୍କର ଅକାଳ ବିୟୋଗ ହୋଇଛି । ମୃତକମାନେ ହେଲେ ଗୁରୁ ବନଛୋର ଓ ତାଙ୍କ ଝିଅ ମୀନା ବନଛୋର ।

ଗତକାଲି ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଜଙ୍ଗଲରୁ କାଠ ଧରି ଫେରୁଥିବା ବେଳେ ଆକ୍ରମଣ କରିଥିଲେ ମହୁମାଛି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ବାପା ଓ ପରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଆଖି ବୁଜିଥିଲେ ।

Leave A Reply

Your email address will not be published.