Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ; ଜମ୍ମୁ କଶ୍ମୀର

ଶ୍ରୀନଗର: ଆତଙ୍କବାଦ ବିରୋଧରେ ଯୁଦ୍ଧ ସମୟରେ ଭାରତୀୟ ସେନାଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଦିନ ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଜେସିଓ ସମେତ ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ଆତଙ୍କବାଦୀଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ଆତଙ୍କବାଦୀ ହମ୍‌ଲାରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୈନ୍ୟବାହିନୀ ଉପରେ ଆକ୍ରମଣ କରିଥିଲେ। ବର୍ତ୍ତମାନ ଘଟଣା ସ୍ଥଳକୁ ଭାରତୀୟ ସେନା ପକ୍ଷରୁ ଅତିରିକ୍ତ ବାହିନୀ ପଠାଯାଇଛି ଏବଂ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଆକ୍ରମଣକାରୀ ଆତଙ୍କବାଦୀଙ୍କ ସହ ସଂଘର୍ଷ ଏବେ ବି ଜାରି ରହିଛି।

Leave A Reply

Your email address will not be published.