Latest Odisha News

BREAKING NEWS

ବାଲୁକା କଳାରେ ଅମିତାଭ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୭ଟନ୍ ବାଲି ସାହାଯ୍ୟରେ ପ୍ରାୟ ୧୨ଫୁଟ ଲମ୍ବ ଓ ୫ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି କଳାକୃତି ନିର୍ମାଣ କରି ବିଗ୍ ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆଜି ସେ ୭୯ବର୍ଷରେ ପଦାର୍ପଣ କଲେ। ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ୍, ଫଲୋରଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଜନ୍ମ ଦିନ ପାଇଁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବିଗ୍ ବିଙ୍କ ଏକ ସୁନ୍ଦର କଳା କୃତି ନିର୍ମାଣ କରିବା ସହ ଜନ୍ମ ଦିନର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ପ୍ରତ୍ୟେକ ବର୍ଷ ସୁଦର୍ଶନ ବିଗ ବିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥାନ୍ତି।

Leave A Reply

Your email address will not be published.