Latest Odisha News

BREAKING NEWS

ଅମିତାଭଙ୍କ ଅବସର ଚାହୁଁଛନ୍ତି ସଲିମ୍‌

ନୂଆଦିଲ୍ଲୀ: ଲେଖକ ସଲିମ ଖାନ କହିଛନ୍ତି ଯେ ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର ନେବା ଉଚିତ କାରଣ ସେ ବହୁତ କିଛି ହାସଲ କରିଛନ୍ତି। ସଲିମ ଏବଂ ଅମିତାଭ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।

ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର ନେବା ଉଚିତ୍। ସେ ଜୀବନରେ ମହୁତ କିଛି ହାସଲ କରିଛନ୍ତି। ନିଜ ପାଇଁ ମଧ୍ୟ କିଛି ସମୟ ରଖିବା ଉଚିତ୍ ବୋଲି ସେ କିଛନ୍ତି। ଅମିତାଭ ବଚ୍ଚନଙ୍କ ବୃତ୍ତିଗତ ଜୀବନ ବେଶ୍‌ ଚମତ୍କାର ରହିଆସିଛି। ସେ ଭଲ କାମ କରିଛନ୍ତି ତେଣୁ ସେ ନିଜକୁ ଦ ଦୌଡ଼ରୁ ମୁକ୍ତ କରିବା ଜରୁରୀ। ସେ ନିଶ୍ଚିତ ଭାବରେ ଏକ ଅବସର ଗ୍ରହଣ କରିବା ଉଚିତ। ”

Comments are closed.