Latest Odisha News

BREAKING NEWS

ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଓ ବିକ୍ଷୋଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶା ସରକାର ଅଣଦେଖା କରିଚାଲିଛନ୍ତି।

ଗଣତନ୍ତ୍ରକୁ ହତ୍ୟା କରି ଓବିସି ବର୍ଗର ଲୋକଙ୍କୁ ସରକାରଙ୍କ ଏକାଧିକ ଜନମଙ୍ଗଳ ଯୋଜନାରୁ ବଞ୍ଚିତ କରାଯାଉଛି। ନିକଟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଥିବାବେଳେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପଦବୀ ପାଇଁ ସ୍ଥାନ ସଂରକ୍ଷଣ ବିଧି ବ୍ୟବସ୍ଥାରେ ଓବିସି ଯୁବବର୍ଗଙ୍କୁ ସରକାର ଷଡ଼ଯନ୍ତ୍ର କରି ମୂଳପୋଛ କରିଛନ୍ତି। ଯାହାକୁ ନେଇ ଓବିସି ବର୍ଗର ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜିଲ୍ଲାର ପ୍ରତ୍ୟେକ ସମାଜର ଓବିସି ବର୍ଗର ନେତୃମଣ୍ଡଳୀ ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ସରକାରଙ୍କୁ ଦାବିପତ୍ର ଦେଇ ୩୫୩ ଜାତୀୟ ରାଜପଥ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ରାସ୍ତା ଅବରୋଧ କରିଛନ୍ତି। ତେବେ ସରକାର ଗୁରୁତ୍ୱ ନଦେଲେ ଚଳିତମାସ ୧୮ତାରିଖରେ ଜିଲ୍ଲା ବ୍ୟାପୀ ଅଖ ଚକ ବନ୍ଦ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.