Latest Odisha News

BREAKING NEWS

ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଝଟକା । ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଆଜି କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଆସନ୍ତା ୨୦ ତାରିଖରେ ହେବ ପରବର୍ତ୍ତି ଶୁଣାଣି । ତେବେ ୨୦ ତାରିଖ ପର୍ଯ୍ୟନ୍ତ ଜେଲର ଚାରି କାନ୍ଥ ଭିତରେ ରହିବେ ଆର୍ଯ୍ୟନ ଖାନ୍ ।

କ୍ରୁଜ୍ ଡ୍ରଗ୍ସ ରେଭ୍ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ । ଜାମିନ ଶୁଣାଣି ଉପରେ ଆଜି ସେସନ କୋର୍ଟରେ ଲମ୍ବା ସମୟ ଧରି ଚାଲିଥିଲା ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ତର୍କ ବିତର୍କ । ହ୍ବାଟସଆପ୍ ଚାଟରୁ ସମସ୍ତ ପ୍ରମାଣ ମିଳିଥିବା କହିଥିଲା ଏନସିବି । ତେଣୁ ଏହି ହ୍ବାଟସଆପ୍ ଚାଟକୁ ଦାଖଲ କରିବାକୁ କହିଛନ୍ତି କୋର୍ଟ । ଦୀର୍ଘ ସମୟ ଯୁକ୍ତି ତର୍କ ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୨୦ ତାରିଖରେ ଜାମିନର ଶୁଣାଣି ହେବ । ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ।

Leave A Reply

Your email address will not be published.