Latest Odisha News

BREAKING NEWS

ପାଣି ମୋଟର ଚୋରକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି। ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖପାଖ ଗାଁରୁ ଲୋକଙ୍କ ଘରୁ ପାଣି ମୋଟର ଚୋରୀ ହୋଇଥିବା ଅଭିଯୋଗ ସୋନପୁର ଥାନାରେ ହୋଇଥିଲା।ଏପରିକି ସହରର ଅତିରିକ୍ତ ତହସିଲଦାର ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ଘରୁ ମୋଟର ଚୋରୀ ହୋଇଥିଲା।

ଅତିରିକ୍ତ ତହସିଲଦାର ଥାନାରେ ଅଭିଯୋଗ କଲାପରେ କଳିଙ୍ଗନଗରର ୨୧ବର୍ଷୀୟ ରାମ ଗଡ଼ିଆ ନାମକ ଜଣେ ଯୁବକକୁ ସନ୍ଦେହ କରି ପଚରାଉଚୁରା କରିଥିଲା। ଅଭିଯୁକ୍ତ ରାମ ପାଖରୁ ୧୧ଟି ମୋଟର ଜବତ କରିଥିଲା। ପରେ ପୋଲିସ ରାମକୁ ଗିରଫ କରିବା ସହିତ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରୀ ଘଟଣା ବାବଦରେ ସୂଚନା ଦେଇଛନ୍ତି ଏସଡ଼ିପିଓ।

Leave A Reply

Your email address will not be published.