ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପରିବା ଦର ୫୦ ଟଙ୍କା ତଳକୁ ନାହିଁ । ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବ ଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି । ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ । ପରିବା ଦର ବଢୁଥିବାରୁ ଖାଉଟି ଚିନ୍ତାରେ ପଡ଼ିଲେଣି । ଆଉ ଦିନ କେଇଟା ପରେ କାର୍ତ୍ତିକ ମାସ କିନ୍ତୁ କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ଦେଖାଦେଇଛି ଆକାଶ ଛୁଆଁ ପନିପରିବା ଦର । ଗତ କିଛି ଦିନ ମଧ୍ୟରେ ଦର ଦାମର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।ବଜାରରେ ସମସ୍ତ ପ୍ରକାରର ପନିପରିବା ଉପଲବ୍ଧ ଥିଲେ ମଧ୍ୟ କୌଣସି ପରିବାର ଦର କିଲୋପ୍ରତି ୬୦ ଟଙ୍କାରୁ କମ ନୁହଁ । ପୋଟଳ କିଲୋପିଛା ୬୫ ଥିବାବେଳେ କଲରା ୭୦, ଟମାଟୋ କିଲୋପିଛା ୫୦, ପିଆଜ ୬୦, ଭେଣ୍ଡି କିଲୋ ପିଛା ୭୫ ଟଙ୍କାରେ ବିକ୍ରି ହେଉଛି ।ରାଜ୍ୟରେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପନିପରିବା ଚାଷରେ ଅଧିକ କ୍ଷୟକ୍ଷତି ପହଞ୍ଚାଇଛି । ରାଜ୍ୟ ବାହାରୁ ଆମଦାନୀ କରିବା ଦ୍ବାରା ପ୍ରତ୍ୟେକ ପରିବାର ଦର କିଲୋପ୍ରତି ୨୦-୩୦ ଟଙ୍କା ବୃଦ୍ଧି ପାଇଛି । ସେପଟେ ଯୋଗାଣ ହ୍ରାସ ଯୋଗୁଁ ଦରଦାମ ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ କହିଛନ୍ତି ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି