ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ମକୁଆକାଟେଣୀରେ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ । ସେହିପରି ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ର ଦେହୁରୀ । ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ, ମକୁଆକାଟେଣିରେ ବିପରିତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗୁରୁଚରଙ୍କର ମୃତ୍ୟୁ ହୋଇଥିଲା । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ
- ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..
- ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ
- ଶୋଇ ପଡିଥିଲା ଛାତ୍ର, ଉଠିଲା ବେଳକୁ ସ୍କୁଲରେ ତାଲା
- ୨୫ ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, ଏହା ହିଁ କ’ଣ ବିକାଶ?: ବିଜେପି
- ବିଦ୍ୟୁତ୍ ଲାଇନରୁ ଅନଧିକୃତ ହୁକିଂରୁ ଦୂରେଇ ରହିବାକୁ ଟିପିସିଓଡିଏଲର ନିବେଦନ
- ଭକ୍ତ ଦାସ କହିଲେ ସେ କାହିଁକି ଲଢ଼ିଲେ ବିଧାନସଭା ନିର୍ବାଚନ
- ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ
- ମିଶ୍ରଣ ପର୍ବ: ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ
- ପୁରୀରୁ ସମ୍ବିତ ପାତ୍ରଙ୍କ ସହ ନାମାଙ୍କନ ଦାଖଲ କଲେ ହେଭିୱେଟ୍