Latest Odisha News

ଉତ୍ତରାଖଣ୍ଡ ବର୍ଷା ବିଭୀଷିକା; ମୃତ୍ୟୁସଂଖ୍ୟା ୪୬

ଡେରାଡୁନ୍‌: ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ହେତୁ ଗତ କିଛି ଦିନ ହେବ ଅନେକ ଲୋକଙ୍କ ଜୀବନ ଗଲାଣି।ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏହି ବିପର୍ଯ୍ୟୟ ହେତୁ ନେନୖତାଲ, ଆଲମୋରା ଏବଂ ଚମ୍ପାୱତ୍‌ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ଘଟଣାର ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଛନ୍ତି।

ଅକ୍ଟୋବର ୧୭ ରେ ପ୍ରବଳ ବର୍ଷା ପରେ ଚମ୍ପାୱତ୍‌ ବନବାସାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅକ୍ଟୋବର ୧୮ରେ ପୌରୀରେ ତିନି ଜଣ, ଚମ୍ପାୱତ୍‌ରେ ଦୁଇ ଜଣ ଏବଂ ପିଥୋରାଗଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.