Latest Odisha News

ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ପାଇଖାନା ଟାଙ୍କି ସଫା କରିବା ହେଲା କାଳ। ନିମିଷକେ ଚାଲିଗଲା ଜୀବନ। ନିର୍ମାଣଧିନ କୋଠାର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଟିକିରି କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁ ରେ ଏପରି ଅଘଟଣ ଘଟିଛି।କାଶିପୁର ଏବଂ ରାୟଗଡ଼ା ଦମଦଳ ବାହିନୀ ଘଟଣା ସ୍ଥଳରେ ଶବ ଉଦ୍ଧାର କରିଛନ୍ତି।

ତିନି ଜଣଙ୍କ ମୃତ ଦେହକୁ ୪୮ ଘଣ୍ଟା ପରେ ଟାଙ୍କିରୁ ଉଦ୍ଧାର କରାଯାଇଛି। ଅକ୍ସିଜେନ ଅଭାବରୁ ଏପରି ଘଟଣା ଘଟିଥିଲା। ଅନ୍ୟପଟେ ସମ୍ପୃକ୍ତ ଘର ମାଲିକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାକ୍ଷତି ପୁରଣ ଦିଅନ୍ତୁ ବୋଲି ଦାବି ହୋଇଛିା ଏପଟେ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ମୃତକଙ୍କ ଶବ ଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।

ଶବ ଉଦ୍ଧାର ସମୟରେ କାଶୀପୁର ତହସିଲଦାର ,ତଥା ମାଜଷ୍ଟେଟ ଶବତ ଶବର ସହ ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ ,ଏସଡିପିଓ ଦିବ୍ୟଜ୍ୟୋତି ଦାଶ ଉପସ୍ଥିତ ଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

Comments are closed.