ଉତ୍ତରାଖଣ୍ଡ : ଆରମ୍ଭ ହେଲା ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେବା ଫଳରେ ଅଟକି ଥିବା ଚାରିଧାମ ଯାତ୍ରା ଆଜିଠାରୁ ପୁଣି ଆରମ୍ଭ ହୋଇଛିା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛିନ୍ତି । ପ୍ରବଳ ବର୍ଷା ସହ ପାହାଡରୁ ମାଟି ଧସିବା ଫଳରେ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ତିନି ଦିନ ପାଇଁ ଯାତ୍ରା ସ୍ଥଗିତ ରହିଥିଲା।
ପାଣିପାଗ ବିଭାଗ ସୂଚନା ଦେବାପରେ ଉତ୍ତରାଖଣ୍ଡ ସିଏମ ଆସନ୍ତା ୩ ଦିନ ପାଇଁ ଚାରିଧାମ ଯାତ୍ରା ବନ୍ଦ କରିବାକୁ ନିବେଦନ କରିଥିଲେ।ହେଲେ ରାସ୍ତା ଘାଟ ସବୁ ସଫା ହେବା ପରେ ପୁଣି ତିର୍ଥ ଯାତ୍ରା ଆରମ୍ଭ ହୋଇଛି। ଅଧା ରାସ୍ତାରେ ଫସି ରହିଥିବା ତୀର୍ଥଯାତ୍ରୀ ମାନେ କେଦାରନାଥ ଅଭିମୁଖେ ବାହାରିଛନ୍ତି। ଅନ୍ୟପଟେ ମାଟି ଧସିବାଯୋଗୁଁ ଅଟକିଥିବା ଗାଡି ସହ ତୀର୍ଥ ଯାତ୍ରୀମାନେ ଆଜି ଠାରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି।
ପାଗ ଅନୁକୁଳ ହେବା ଯୋଗୁଁ କେଦାରନାଥକୁ ହେଲି ସେବା ଅରମ୍ଭ ହୋଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତସିଂ କୋଶ୍ୟାରୀ ବୁଧବାର କେଦରନାଥ ଦର୍ଶନ କରିଛନ୍ତି। ତୀର୍ଥ ଯାତ୍ରୀ ମାନେ ହେଲିକପ୍ଟରେ କେଦାରନାଥ ଧାମ ପହଁଚିବାରେ ଲାଗିଛନ୍ତି। ଅନ୍ୟପଟେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ନିୟୋଜିତ ଅଛନ୍ତି।