Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଜେମ୍ସ ପ୍ୟାଟିନସନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପେସ ବୋଲର ଜେମ୍ସ ପ୍ୟାଟିନସନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଆଗାମୀ ଆଶେସ ସିରିଜ ପାଇଁ ଦଳରେ ଚୟନ ନ ହେବାରୁ ଶେଷରେ ସେ ନିରାଶ ହୋଇ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

୩୧ ବର୍ଷୀୟ ପ୍ୟାଟିନସନ ଜାତୀୟ ଦଳ ପକ୍ଷରୁ ୨୧ ଟେଷ୍ଟ ଓ ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି । ତେବେ ତାଙ୍କ ପ୍ରିୟ କ୍ଲବ ଭିକ୍ଟୋରିଆ ପକ୍ଷରୁ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ପ୍ୟାଟିନସନ ଟେଷ୍ଟରେ ୮୧ ଏବଂ ଦିନିକିଆରେ ୧୬ ଉଇକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.