Latest Odisha News

BREAKING NEWS

‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ କବିତା ଆସର

ବାଲେଶ୍ୱର : ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ ‘ସଙ୍କେତ’ଠାରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଯାଇଛି ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏହା ପୁଣି ଆରମ୍ଭ କରାଯାଇଛି। ଏହି ଆସରରେ ୯ ଜଣ କବି ଆମନ୍ତ୍ରିତ ହୋଇ ସ୍ଵରଚିତ କବିତା ପଢିଥିଲେ ଏବଂ ସେହି କବିତାଗୁଡିକର ବିଶ୍ଳେଷଣ କରାଯାଇଥିଲା।

ଭଲ କବିତାର ଖୋଜର ଆବାହକ କୃଷ୍ଣ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ ପ୍ରଦାନ କରିବା ସହ ଏହି ଆସରର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ପରେ ପରେ ଆବାହକ ଶ୍ରୀଦେବ କାର୍ଯ୍ୟକ୍ରମ ପଛରେ ଥିବା ଲକ୍ଷ୍ୟ ସମ୍ପର୍କରେ ଅଭିବ୍ୟକ୍ତି ରଖି ନୂଆ ପୀଢ଼ିର କବିଙ୍କ କବିତାରେ ଏକ ଚମକ୍ ଥିବା କଥା ଉଲ୍ଲେଖ କରିଥିଲେ। ପରିଶେଷରେ ନିକଟଅତୀତରେ ଇହଲୀଳା ସମ୍ବରଣ କରିଥିବା କବି ଦିଲୀପ ଦାସ ଓ କବୀ ପ୍ରମୀଳା ଶତପଥୀଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.