ଦିଲ୍ଲୀ : ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ।୨୦୨୨ ହଜା ଯାତ୍ରା ପାଇଁ ତୀର୍ଥ ଯାତ୍ରୀ ଚୟନ ପରୀକ୍ଷା ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ମାନେ କରୋନାର ଦୁଇଟି ଡୋଜ୍ ଟିକା ନେଇଥିବେ ସେମାନେ ହଜ୍ ଯାତ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ଯାତ୍ରୀ ଚୟନ ଉଭୟ ଭାରତ ଓ ସାଉଦୀ ଆରବ ସରକାର ଜାରି କରିଥିବା ନିୟମ ସବୁ ଯାତ୍ରୀ ମାନେ ଅନୁିସରଣ କରିବେ ବୋଲି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ହଜ୍ ଯାତ୍ରା ପାଇଁ ଅନଲାଇନ ଆବେଦନ ପକ୍ରିୟା ଆରମ୍ଭ ହେବ। ଏକ ସମୀକ୍ଷା ବୈଠକ କରି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ କହିଛନ୍ତି। ସବୁ ଯାତ୍ରୀ ମାନଙ୍କୁ ଖୁବ୍ ଶିଘ୍ର ଡିଜିଟାଲ ହେଲଥ୍ କାର୍ଡ ପ୍ରଦାନ କରାଯିବ।ଏହା ସହ ମକ୍କା ଓ ମଦିନା ସହରରେ ଥିବା ଗମନା ଗମନ ସମ୍ପର୍କରେ ଅନଲାଇନ ଜାଣି ହେବ। ହଜ ପକ୍ରିୟା ଡିଜାଟାଲ ହେବ ବୋଲି ଜଣାପଡ଼ିଛି।
Comments are closed.