Latest Odisha News

BREAKING NEWS

ହାର୍ଦ୍ଦିକ ଫିଟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିପାରନ୍ତି !

ଦୁବାଇ: ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତୀ ମ୍ୟାଚଗୁଡିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ନେଇ ସନ୍ଦେହ ଥିବା ବେଳେ ଆଜି ତାଙ୍କୁ ଫିଟ ଘୋଷିତ କରାଯାଇଛି । ୩୧ ଅକ୍ଟୋବରରେ ଭାରତ ତାର ପରବର୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ବୋଲିଂ କରି ନ ଥିବା ବେଳେ ବ୍ୟାଟିଂରେ ମାତ୍ର ୧୧ରନ କରିଥିଲେ । ସ୍କାନ ରିପୋର୍ଟ ଆସିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.