Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ CISF ଟିମକୁ କାହିଁକି କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ ?

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ CISF ଟିମକୁ କୃତଜ୍ଞତା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ଏନେଇ ଫେସବୁକରେ ସେ ଧନ୍ୟବାଦ ଜଣାଇବା ସହ ଏହା ପଛର କାରଣ ଜଣାଇଛନ୍ତି । CISF ଟିମ୍ ତାଙ୍କ ନାତିକୁ କରିଥିବା ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ ରାୟ ।

ଆଜି ସକାଳେ ସେ  ନାତି ଜାଦିନଙ୍ ସହ ଭୁବନେଶ୍ୱରରୁ କୋଲକାତା ଯାଉଥିଲେ । ତାଙ୍କ ନାତିର ଗୋଡରେ ଫ୍ୟାକଚର ହୋଇଛି । ଏଥିପାଇଁ ବିମାନବନ୍ଦରରେ ତାଙ୍କୁ ଅସୁବିଧାର ସାମନା କରିପାରେ ବୋଲି ଆଶଙ୍କାରେ ଚିନ୍ତିତ ଥିଲେ ଦିଲ୍ଲୀପ ରାୟ । ଏତିକିବେଳେ ତାଙ୍କ ନାତିକୁ ସହାୟତା ହାତ ବଢ଼ାଇଥିଲେ ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟରତ CISF କର୍ମଚାରୀ ।

ତାଙ୍କ ନାତିର ଚେକ୍ ଇନଠାରୁ ଆରମ୍ଭ କରି ବିମାନରେ ଯାତ୍ରା କରିବା ଯାଏ ନିରବିଚ୍ଛିନ୍ନ ଭାବରେ ସହାୟତା କରିଥିଲେ । ଏକ ଚାକିରି ପ୍ରୋଫାଇଲ ଭିତରେ କର୍ତ୍ତବ୍ୟନିଷ୍ଠ ହୋଇ ଏଭଳି ଆତିଥ୍ୟବାନ ହେବା କେବଳ ଆମର ସୁରକ୍ଷା କର୍ମଚାରୀଙ୍କଠାରୁ ଆଶା କରିପାରିବା ବୋଲି ଲେଖିଛନ୍ତି ଦିଲ୍ଲୀପ ରାୟ ।

ହୃଦୟରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ରାୟ । ଏଥିସହ ଲୋକଙ୍କୁ ଅନୁରୋଧ କରିଛନ୍ତି, ଆସନ୍ତୁ ଆମେ ସମସ୍ତେ ସେମାନଙ୍କଠାରୁ ନିସ୍ୱାର୍ଥପର ସେବାର କଳା ଶିଖିବା ।

Leave A Reply

Your email address will not be published.