Latest Odisha News

BREAKING NEWS

ଫ୍ୟାମିଲି ସହ ବର୍ଥ ଡେ’ ପାଳିବେ ବଲିଉଡ ବିୟୁଟି ରବିନା ଟଣ୍ଡନ

ମୁମ୍ବାଇ : ଆଜି ବଲିଉଡ ବିୟୁଟି ରବିନା ଟଣ୍ଡନଙ୍କ ବର୍ଥ ଡେ’। ୪୭ ବର୍ଷ ବୟସରେ ପାଦ ଦେଇଛନ୍ତି ରବିନା । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥର ରବିନା ନିଜ ବର୍ଥ ଡେ କୁ ପରିବାର ସହ ସେଲିବ୍ରେସନ କରିବେ ବୋଲି କହିଛନ୍ତି । ରବିନା ଆମେରିକାରେ ନିଜ ଝିଅ ରଶାଙ୍କ ପାଖରେ ଅଛନ୍ତି। ତାଙ୍କ ବର୍ଥ ଡେ ସେ ଝିଅ ପାଖରେ ରହି ପାଳିବେ ବୋଲି କହିଛନ୍ତି।

୧୯୪୭ ମସିହାରେ ରବିନାଙ୍କ ଜନ୍ମ। ସେ ବଲିଉଡ ଜଗତର ଜଣେ ଫେମସ୍ ଆକ୍ଟ୍ରିସ୍ ଥିଲେ। ସେ ଅଭିନୟ ସଙ୍ଗେସଙ୍ଗେ ମଡେଲି ଏବଂ ଅନେକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୧୯୯୧ରେ ରବିନା ବଲିଉଡ୍ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ତାଙ୍କର ପ୍ରଥମ ଫିଲ୍ମ ‘ପଥର କେ ଫୁଲ’। ଏସମୟରେ ରବିନାଙ୍କୁ ୧୭ ବର୍ଷ ହୋଇଥିଲା। ରବିନା ଏହି ଫିଲ୍ମରେ ସଲମାନ ଖାନ୍ ଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ।

Leave A Reply

Your email address will not be published.