Latest Odisha News

BREAKING NEWS

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା/ସୋନପୁର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବଢୁଛି ପ୍ରତିବାଦ । ବିଜେପି ପକ୍ଷରୁ ଆଜି ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପିକେଟିଂ କରି, ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବନ୍ଦ ପାଳନ ଯୋଗୁ ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ରହିଛି ଗାଡ଼ିମୋଟର ଚଳାଚଳ । ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ପୂର୍ବରୁ ୨୫ ତାରିଖରେ ବୀରମହାରାଜପୁରରେ ବନ୍ଦ ପାଳନ କରାଯାଇଥିଲା । ଆଜି ବୀରମହାରାଜପୁରକୁ ଛାଡ଼ି ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟ ସ୍ଥାନରେ ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେଲ ହତ୍ୟା ମାମଲରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି ।

Leave A Reply

Your email address will not be published.