Latest Odisha News

ସେକ୍ସ ର‌୍ୟାକେଟ ଚଳାଉଥିବା କାସିଫଙ୍କ ସହ ସମୀରଙ୍କ ରହିଛି ଭଲ ସମ୍ପର୍କ :ମଲିକ

ମୁମ୍ବାଇ: ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରି ଏନସିପି ନେତା ନୱାବ ମଲିକ ଗୋଟିଏ ପରେ ଗୋଟିଏ ବାଉନ୍ସର ପକାଇବାରେ ଲାଗିଛନ୍ତି । ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ଫ୍ୟାସନ ଟିଭିର ମୁଖ୍ୟ କାସିଫ ଖାଁ ଡ୍ରଗ୍ସ କାରୋବାର ଓ ସେକ୍ସ ର‌୍ୟାକେଟ ଚଳାଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ମୁମ୍ବାଇ କ୍ରୁଜ ପାର୍ଟିରେ ଅନେକ ପ୍ରାୟୋଜକ ଥିଲେ । ସେମାନଙ୍କ ମଧ୍ୟରୁ କାସିଫ ଜଣେ ବୋଲି ମଲିକ କହିଛନ୍ତି ।

ଏନସିବି କାସିଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ ମଧ୍ୟ ସମୀର ବାରମ୍ବାର ରୋକି ଦେଉଛନ୍ତି ବୋଲି ମଲିକ ଅଭିଯୋଗ ଆଣିଛନ୍ତ । ଏନସିବି ଡିଜିଙ୍କୁ ମୁଁ ପତ୍ର ଲେଖି ଜେଲରେ ବନ୍ଦ ଥିବା ନିରୀହଙ୍କୁ ଛାଡିବାକୁ ଅନୁରୋଧ କରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.