Latest Odisha News

ବଲିଉଡରେ ଡେବ୍ୟୁ କଲେ ଜୁନିଅର କରିନା କପୁର

ମୁମ୍ବାଇ: କରିନା କପୁରଙ୍କ ଅଭିନୀତ ଫିଲ୍ମ କଭି ଖୁସୀ କଭି ଗମ୍ । ଏଥିରେ କରିନାଙ୍କ ୟଙ୍ଗ୍ ଅବତାରରେ ନଜର ଆସିଥିଲେ ମାଲଭିକା ରାଜ୍ । ତେବେ ସେହି ଜୁନିଅର କରିନା କପୁର ଏବେ ଖୁବ ବଡ ହୋଇ ବଲିଉଡରେ ଡେବ୍ୟୁ କରିଛନ୍ତି ।

ଆସନ୍ତା ନଭେମ୍ବର ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ସ୍କ୍ୱାର୍ଡ । ଏହି ଫିଲ୍ମରେ ମାଲଭିକା ଡେବ୍ୟୁ କରିଛନ୍ତି । ତେବେ କେବଳ ମାଲଭିକା ନୁହେଁ ବରଂ ଡେନି ଡେନ୍‌ଜୋଂପାଙ୍କ ପୁଅ ରିଂଜିଙ୍ଗ୍ ମଧ୍ୟ ଏହି ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଛନ୍ତି ।

 

View this post on Instagram

 

A post shared by Malvika Raaj (@malvikaraaj)

ନିଲେଶ ସହାୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ନ୍ୟାସନାଲ ସ୍ପେଶାଲ ଫୋର୍ସ ତଥା ଦେଶର ସୁରକ୍ଷା ଉପରେ ଆଧାରିତ । ଏଥିରେ ଅନ୍ୟ ପ୍ରମୁଖ ଭୂମିକାରେ ପୂଜା ବାତ୍ରା, ମୋହନ କପୁର ଓ ଅମିତ ଗୌରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ଆସନ୍ତା ୧ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ ଏହାର ପୋଷ୍ଟରକୁ ଖୋଦ ମାଲଭିକା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Comments are closed.