Latest Odisha News

BREAKING NEWS

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା

ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ନିଜ ବାସଭବନ ନିକଟରେ ମଙ୍ଗୁଳି ଜେନା ଓ ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା କାଳୁ ଖଣ୍ଡାୟତରାୟ ରାତି ୧୨ଟା ସମୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ । କିଛି ସମୟ ପୂର୍ବରୁ ଏକ ନିର୍ବାଚନ ସଭାରେ ଯୋଗଦେଇ ସେମାନେ ସେଠାରେ ପହଞ୍ଚିଥିଲେ ।

ଠିକ ସେହି ସମୟରେ ହେଲମେଣ୍ଟ ପିନ୍ଧିି ୨ ଜଣ ଯୁବକ ଆସି ଅତି ନିକଟରୁ ୩ ରାଉଣ୍ଡ ଗୁଳି କରିଥିଲେ । ଦୁଇଟି ଯାଙ୍କ ଗୁଳି ଯାଇ ମଙ୍ଗୁଳିଙ୍କ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛି ।

ଘଟଣାସ୍ଥଳୁ ପୁଲିସ ଏକ ଖୋଖା ଜବତ କରିଛି । ଏବେ ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ରାତିରେ ଚେକିଂକୁ କଡ଼ାକଡ଼ି କରାଯାଇିଛି । ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିବା ଦେଖାଯାଇଥିଲା । ଖବର ପାଇ ଶହଶହ ବିଜେପିକର୍ମୀ ଡାକ୍ତରଖାନାରେ ପହଂଚିଥିଲେ । କର୍ମୀଙ୍କ ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଯାଇଛି ।

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା
ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି ।

ବିଜେପି ନେତାଙ୍କ ଏହି ହତ୍ୟାକାଣ୍ଡ ପ୍ରତିବାଦରେ ବରିଷ୍ଠ ନେତା ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଖୋର୍ଦ୍ଧା ଥାନା ଆଗରେ ଧାରଣାରେ ବସି ରହିଛନ୍ତି । ଆଜି ଦିନ ୨ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବନ୍ଦ ରଖିବାର ଡ଼ାକରା ଦେଇଛି ବିଜେପି ।

 

 

Leave A Reply

Your email address will not be published.