Latest Odisha News

BREAKING NEWS

ଶେହଜାଦା ପାଇଁ କାର୍ତିକ ଆର୍ଯ୍ୟନ ନେବେ ୨୧ କୋଟି !

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ ଫିଲ୍ମ ଅଲା ବୈକୁଣ୍ଠପୁରମୁଳ ଫିଲ୍ମର ହିନ୍ଦୀ ରିମେକ ଶେହଜାଦାରେ କାର୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ଏହି ଫିଲ୍ମ ପାଇଁ ୨୧ କୋଟି ଟଙ୍କା ଦାବୀ କରିଥିଲେ । ମେକର୍ସ ତାଙ୍କ ମାର୍କେଟ ଭାଲ୍ୟୁ ଦେଖି ଏଥିରେ ରାଜି ହୋଇଯାଇଛନ୍ତି ।

ସାଜିଦ ନାଡିୟାଡୱାଲାଙ୍କ ସତ୍ୟନାରାୟଣ କି କଥା ଏକ ସୀମିତ ବଜେଟର ଫିଲ୍ମ ହୋଇଥିବାରୁ କାର୍ତିକ ତାଙ୍କ ପ୍ରାଇସ କମାଇବାକୁ ରାଜି ହୋଇଥିଲେ । ତେବେ ଶେହଜାଦା ପାଇଁ ସେ କୌଣସି ବୁଝାମଣା କରି ନ ଥିଲେ । କାର୍ତିକଙ୍କ ସହ ଏହି ଫିଲ୍ମରେ କୃତି ସେନନ ଅଭିନୟ କରୁଛନ୍ତି । ଏହା ୪ ନଭେମ୍ବର ୨୦୨୨ରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି ।

Comments are closed.