Latest Odisha News

ଭାରତକୁ ଶକ୍ତ ଧକ୍କା, ସଫ୍ଟ ପାୱାର ଦେଶ ତାଲିକାରେ ୬ ସ୍ଥାନ ଖସିଲା

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱରେ ପର୍ଯ୍ୟଟନଙ୍କ ପ୍ରିୟ ସ୍ଥାନ ପାଇଁ ସରକାର ଉଦ୍ୟମ ଜାରୀ ରଖିଥିଲେ ମଧ୍ୟ ଏ ନେଇ ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ଭାରତ ୬ ସ୍ଥାନକୁ ଖସି ଆସିଛି । ଓଭରାଲ ଭାରତ ୪୦ତମ ସ୍ଥାନରେ ରହିଛି । ଯାହାକି ସେତେଟା ଉତ୍ସାହଜନକ ନୁହେଁ । ଅପରପକ୍ଷରେ ଚୀନ ଆଶ୍ଚର୍ଯ୍ୟଜନକ ଭାବେ ୪ଟି ସ୍ଥାନ ଉନ୍ନୀତ ହୋଇଛି ।

୬୦ ଦେଶ ଇଣ୍ଡେକ୍ସରେ ଜର୍ମାନୀ କ୍ରମାଗତ ୫ମ ଥର ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିଛି । ଜର୍ମାନୀ ପଛକୁ କାନାଡା, ଜାପାନ, ଇଟାଲୀ ଓ ବ୍ରିଟେନ ରହିଛନ୍ତି । ପର୍ଯ୍ୟଟନ, ଇନଭେଷ୍ଟମେଂଟ, ସୁଶାସନ ଏବଂ ପର୍ଯ୍ୟଟକଙ୍କ ପାଇଁ ଅନୂକୁଳ ବାତାବରଣକୁ ଆଖି ଆଗରେ ରଖାଯାଇ ଏହି ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି ।

Comments are closed.