Latest Odisha News

BREAKING NEWS

ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ କୋଚ୍ ପଦ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ ୨୦୨୭ ସଂସ୍କରଣ ପୂର୍ବରୁ ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦଳକୁ ୩ ଥର ଆଇପିଏଲ୍ ଚାମ୍ପିୟନ୍ କରାଇଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଦଳର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁମ୍ବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜୟବର୍ଦ୍ଧନେଙ୍କ କୋଚିଂ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୭, ୨୦୧୯ ଏବଂ ୨୦୨୦ରେ ତିନିଥର ଆଇପିଏଲ୍ ଟ୍ରଫି ଜିତି ନିଜର ଆଧିପତ୍ୟ ବିସ୍ତାର କରିଥିଲା ।

ସେ ମୁମ୍ବାଇ ଫ୍ରାଞ୍ଚାଇଜ୍ ପାଇଁ ଦୁଇଟି ଅଲଗା ଅଲଗା ସମୟରେ (୨୦୧୭ ରୁ ୨୦୨୨ ଏବଂ ୨୦୨୪ ରୁ ୨୦୨୬) ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ଜୟବର୍ଦ୍ଧନେଙ୍କ ବହୁମୂଲ୍ୟ ଯୋଗଦାନ ଓ ନିଷ୍ଠା ପାଇଁ ଫ୍ରାଞ୍ଚାଇଜ୍‌ର ମାଲିକାଣୀ ନୀତା ଅମ୍ବାନୀ  ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ମାହେଲା ସଦାସର୍ବଦା ଆମ ଏମ୍‌ଆଇ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବେ । ୨୦୨୨ରେ ମୁଖ୍ୟ କୋଚ୍ ପଦରୁ ଓହରିବା ପରେ ସେ ଗ୍ଲୋବାଲ୍ ହେଡ୍ ଅଫ୍ ପରଫରମାନ୍ସ ଭାବରେ ମହିଳା ଆଇପିଏଲ, ମେଜର ଲିଗ୍ କ୍ରିକେଟ  ଏବଂ ମୁମ୍ବାଇ ଫ୍ରାଞ୍ଚାଇଜ୍‌ର ଅନ୍ୟ ଟିମ୍‌ଗୁଡ଼ିକୁ ଚାମ୍ପିୟନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.