Latest Odisha News

ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଲା କମ୍ପାନୀ

ସୁରଟ: ଦୀପାବଳିରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି। ଏହି ମଧ୍ୟରେ ଗୁଜୁରାଟ ସୁରଟର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ସ୍ୱରୂପ ଇଲେକ୍ଟ୍ରିକ ସ୍କୁଟର ଦେଇଛନ୍ତି। ୩୫ଜଣ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇଛି। ତୈଳ ଦର ଦିନକୁ ଦିନ ବୃଦ୍ଧି ହେବା ସହ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତି ନିଆଯାଇଥିବା କମ୍ପାନୀର ନିର୍ଦ୍ଦେଶକ କହିଛନ୍ତି।

ଆଲିଆଏନ୍ସ ଗ୍ରୁପ୍ କମ୍ପାନୀ ଚଳିତବର୍ଷ ଦୀପାବଳି ଉପହାରଭାବେ ତାର କର୍ମଚାରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟର ପ୍ରଦାନ କରିଛନ୍ତି। ଏହି କମ୍ପାନୀ ଏମ୍ବ୍ରୋଡ଼ୋରୀ ମେସିନର ବ୍ୟବସାୟ କରିଥାନ୍ତି। ଆଲିଆନ୍ସ ଗ୍ରୁପର ନିର୍ଦ୍ଦେଶକ ସୁବାଷ ଦୱାର କହିଛନ୍ତି, ତୈଳ ଦର ବୃଦ୍ଧି ଏବଂ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ଆମେ ଆମର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଯାନ ଉପହାର ଦେବାକୁ ନିଷ୍ପତି ନେଇଛୁ। ଏହା କମ୍ପାନୀର ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। କେବଳ ତୈଳ ଦର ଉପରେ ଖର୍ଚ୍ଚ ସଞ୍ଚୟ କରିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷା ଏବଂ ସବୁଜ ରୂପରେ ଆମ କମ୍ପାନୀକୁ ସହଯୋଗ କରିବାକୁ ଅନୁମତି ମିଳିବ।

ସୁୁବାଷ ଆହୁରି କହିଛନ୍ତି ଯେ, ସର୍ବଦା ଉତ୍ତମ ପରିବେଶ ଉପରେ ରହିବା ସହ  ପ୍ରକୃତିର ସହଭାଗୀ ହେବାକୁ ପସନ୍ଦ କରନ୍ତି। ପରିବେଶ ସୁରକ୍ଷା ପାଇଁ ଯଥାସମ୍ଭବ କାର୍ଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି। ଦୀପାବଳି ଅବସରରେ ଏହି ସ୍କୁଟର ବଣ୍ଟାଯିବା ପରେ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Comments are closed.