Latest Odisha News

୯ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ନଭେମ୍ବର ୯ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଶୁକ୍ରବାର କହିଛି।

ନଭେମ୍ବର ୭ରେ ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟାଗଡା ଏବଂ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଥିଲା ଆଇଏମ୍‌ଡି।

ପ୍ରକାଶ ଥାଉକି, ନଭେମ୍ବର ୯ ପର୍ଯ୍ୟନ୍ତ ଓଡିଶାରେ ଶୁଖିଲା ପାଗ ଜାରି ରହିବ ବୋଲି ଆଇଏମଡି କହିଛି।

Comments are closed.