Latest Odisha News

କ୍ରୁଜ ଡ୍ରଗ୍ସ କେସରୁ ହଟିଲେ ସମୀର, ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏସଆଇଟି ଗଠନ

ନୂଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ କେସରୁ ନାର୍କୋଟିକ କଂଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀ ସମୀର ୱାଙ୍ଖେଡଙ୍କୁ ହଟାଇଛି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ସମୀର ଗିରଫ କରିବା ପରେ ଏହି ଘଟଣା ଚର୍ଚ୍ଚିତ ହୋଇ ପଡିଥିଲା । ଏନସିବି ଏବେ ସିନିୟର ପୋଲିସ ଅଫିସର ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିଛନ୍ତି । ଏଥିରେ ୱାଙ୍ଖେଡଙ୍କ ଟିମର ୪ ସଦସ୍ୟ ରହିଛନ୍ତି ।

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ବାରମ୍ବାର ସମୀରଙ୍କ ଉପରେ ଅଭିଯୋଗ ଆଣିଥିଲେ । ତେବେ ଏନସିବି ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ସିଦ୍ଧ ହୋଇ ନାହିଁ ଏବଂ ସେ ତାଙ୍କ ଦାୟିତ୍ୱ ସୁଚାରରୂପେ ତୁଲାଇଛନ୍ତି ବୋଲି ସ୍ପଷ୍ଟ କରିଛି । ତାଙ୍କୁ ମହାରାଷ୍ଟ୍ରରୁ ଦିଲ୍ଲୀକୁ ପଠାଯାଇଛି ବୋଲି ଏନସିବି ପକ୍ଷରୁ କୁହାଯାଇଛିି ।

Comments are closed.