Latest Odisha News

ପେଟ୍ରୋଲ, ଚିନି ପରେ ଏବେ ବିଜୁଳି ଝଟ୍‌କା

ଇସ୍‌ଲାମ୍‌ବାଦ: ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ମୁଦ୍ରାସ୍ଫୀତିର ଶିକାର ହୋଇଛି। ପାକିସ୍ତାନର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଏଠାରେ ପେଟ୍ରୋଲଠୁ ବି ଅଧିକ ମୂଲ୍ୟ ବିକ୍ରି ହେଉଛନ୍ତି ଚିନି। ମହଙ୍ଗା ଉପରେ ମହଙ୍ଗା ମାଡ। ପେଟ୍ରୋଲ, ଡିଜେଲ ଏବଂ ଚିନି ମୂଲ୍ୟ ପରେ ବର୍ତ୍ତମାନ ପାକିସ୍ତାନବାସୀଙ୍କୁ ବିଦ୍ୟୁତ୍ ଜାଳିବା ପାଇଁ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିବ।

ପାକିସ୍ତାନ ବିଦ୍ୟୁତ୍ ଶକ୍ତି ନିୟାମକ ପ୍ରାଧିକରଣ (NEPRA) ଦେଶରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରିଛି। ଏହା ପରେ ଲୋକଙ୍କୁ ବର୍ତ୍ତମାନ ୟୁନିଟ୍ ପିଛା ୧.୬୮ ଟଙ୍କା (ପାକିସ୍ତାନୀ ମୁଦ୍ରା) ଅଧିକ ଦେବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବିଦ୍ୟୁତ୍ ଶକ୍ତି ନିୟାମକ ପ୍ରାଧିକରଣ (NEPRA) ଘରୋଇ ବ୍ୟବହାର ପାଇଁ ବିଦ୍ୟୁତ୍ ମୂଲ୍ୟ ୧.୬୮ ଟଙ୍କା ଏବଂ ବ୍ୟବସାୟିକ ବିଦ୍ୟୁତ୍ ମୂଲ୍ୟ ୧.୩୯ ଟଙ୍କା ବୃଦ୍ଧି କରିଛି। ନଭେମ୍ବର ୧ ରୁ ନୂତନ ହାର ଲାଗୁ ହେବ। ତଥାପି, ଯେଉଁମାନେ ଏକ ମାସରେ ୨୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରନ୍ତି ସେମାନଙ୍କୁ କିଛିଟା ଆଶ୍ବସ୍ତି ମିଳିବ। ନୂତନ ବର୍ଦ୍ଧିତ ହାର ସେମାନଙ୍କୁ ପ୍ରଭାବିତ କରିବ ନାହିଁ। ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ପରେ ବାର୍ଷିକ ୧୩୫ ବିଲିୟନ ଲାଭ ହେବ।

Leave A Reply

Your email address will not be published.