Latest Odisha News

ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ, ଗିରଫ କଲା ପୋଲିସ

କଟକ : ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ। ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ନୌସେନା ଏବଂ ବିଦେଶରେ ଚାକିର କରାଇଦେବା ନାଁରେ ଲୋକଙ୍କ ଠାରୁ ହଜା ହଜାର ଟଙ୍କା ଠକୁଥିଲେ। ଏହି ଅଭିଯୁକ୍ତ ନିକଟରୁ ନଗଦ ୩୩ ହଜାର ଟଙ୍କା ,ଗୋଟିଏ କାର ଓ ମୋବାଇଲ ଫୋନ ଜବତ କରିଛି ପୋଲିସ। ଏହି ଅଭିଯୁକ୍ତ ଜଣକ ପୂର୍ବତନ ପୋଲିସ ଡିଜିଙ୍କ ପୁଅ କହିବା ସହ ନିଜକୁ ଜଣେ ବରିଷ୍ଠ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ।ଏପରି ଅଭିଯୋଗ ପାଇବା ପରେ ପୋଲିସ ଆଜି ଏହି ଯୁବକଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.