Latest Odisha News

BREAKING NEWS

ଆକାଶ ପାଠକଙ୍କୁ ଆଜି ଝାରପଡ଼ା ଜେଲରେ ଜେରା କରିବ ଇଡି

ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ ପରଠୁ ଆକାଶ ଝାରପଡ଼ା ଜେଲରେ ଅଛନ୍ତି । ଆଜି ଜେଲକୁ ଯାଇ ଇଡି ଟିମ୍ ତାଙ୍କୁ ଚାକିରି ଠକେଇ ମାମଲାରେ ପଚରାଉଚରା କରିବ ।

ଆକାଶ ପାଠକଙ୍କୁ ଜେଲରେ ଜେରା ନେଇ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇଥିଲେ ଅଊ.କାଣ୍ଡ ପାଠକ । ତାଙ୍କ ସହ ପୁଅ ଆକାଶ ପାଠକ ବି ଗିରଫ ହୋଇଥିଲା । ଏହାପରେ ଟାଟାରେ ଚାକିରି ଦେବା ନାଁରେ ଆକାଶ ପାଠକ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ଏବେ ବେଲରେ ଅଛନ୍ତି । ଆକାଶ ପାଠକ କିନ୍ତୁ ଏଯାଏ ଜାମିନରେ ମୁକୁଳି ପାରି ନାହାନ୍ତି । ପୂର୍ବରୁ ଜାମିନରେ ବାହାରିଥିଲେ ଅଭୟକାଣ୍ଡ ପାଠକ ।

Leave A Reply

Your email address will not be published.