Latest Odisha News

BREAKING NEWS

[ଭିଡିଓ] ମାଛ ଜାଲରୁ ଅଜଗର ଉଦ୍ଧାର

ବ୍ରହ୍ମପୁର : ମ।ଛ ଜାଲରୁ ଉଦ୍ଧାର ହେଲା ଅଜଗର । ମାଛ ଜାଲରେ ପଡ଼ି ଛଟପଟ ହେଉଥିବା ୪ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳେଭୂମି ନିକଟରେ ଥିବା ଡିପସନ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇପଡ଼ିିଲା । ଦୀର୍ଘ ସମୟ ହେବ ସାପଟି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରି ପାରୁନଥିଲା ।

ଶେଷରେ ହେଚେରୀ ମ୍ୟାନେଜର ସ୍ନେକ ହେଲ୍ପେ ଲାଇନ ସଦସ୍ୟଙ୍କୁ ଖବର ଦେବାପରେ। ସ୍ନେକ ହେଲପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ କୁମାର ଜେନା ଘଟଣା ସ୍ଥଳରେ ପହିଁଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଖାଦ୍ୟ ଲୋଭରେ ମାଛଟି ଜାଲରେ ଫସିଯାଇଥିବା ଜଣାପଡ଼ିଛି। ପରେ ବନବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.