Latest Odisha News

BREAKING NEWS

କ୍ରମାଗତ ୨ୟ ଦିନ ଲାଗି ଭୁବନେଶ୍ୱର ହେଲା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହେବା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ବୁଧବାର ଦିନ ରାଜଧାନୀର ତାପମାତ୍ରା ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ରାଜ୍ୟର ୬ଟି ସ୍ଥାନ ୪୦ ଡ଼ିଗ୍ରୀ ଉପରେ ରହିଥିବାର ମଧ୍ୟ ରେକର୍ଡ଼ କରାଯାଇଛି । ଯେଉଁ ସବୁ ସ୍ଥାନଗୁଡ଼ିକରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରହିଛି ସେହି ସହର ଗୁଡ଼ିକ ହେଲା – ଅନୁଗୁଳ (୪୧.୧), ସୁନ୍ଦରଗଡ଼ (୪୦), ଭବାନୀପାଟଣା (୪୦), ଟିଟିଲାଗଡ଼ (୪୧), ମାଲକାନଗିରି (୪୦.୫) ଏବଂ ସୋନପୁର (୪୦) ଡ଼ିଗ୍ରୀ ସେଲସିଅସ ।

ଏହାବ୍ୟତୀତ, ୪୦ ଡ଼ିଗ୍ରୀ ପାଖାପାଖି ଯେଉଁ ସହର ଗୁଡ଼ିକ ରହିଛି ସେଗୁଡ଼ିକ ହେଲା – କଟକ (୩୯.୪), ଝାରସୁଗୁଡ଼ା (୩୮.୬), କେନ୍ଦୁଝର (୩୮.୧), ସମ୍ବଲପୁର (୩୯.୨), ହିରାକୁଦ (୩୮.୨) ଏବଂ ବଲାଙ୍ଗୀର (୩୯)ଡ଼ିଗ୍ରୀ ସେଲସିୟସ ।

ସାଧାରଣତଃ ୨୦୧୬ ମସିହା ଠାରୁ ଏପ୍ରିଲ ମାସରେ ଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀ ରହୁଥିବା ରେକର୍ଡ଼ କରାଯାଇଛି । ତେବେ ୨୦୧୬ ଏପ୍ରିଲ ୧୦ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୪.୧ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସେହିପରି ୨୦୧୮ ମାର୍ଚ୍ଚ ୨୧ ତାରିଖରେ ଏହି ସହରର ତାପମାତ୍ରା ରହିଥିଲା ୪୨.୨ ଡ଼ିଗ୍ରୀ ସେଲସିୟସ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ରଙ୍କ କହିବାନୁଯାୟୀ, ସାଧାରଣତଃ ଏପ୍ରିଲ ମାସରେ ରାଜଧାନୀର ତାପମାତ୍ରା ଅନ୍ୟ ଆଭ୍ୟନ୍ତରୀଣ ସହରଗୁଡ଼ିକ ଅପେକ୍ଷା ଅଧିକ ରହି୍ଥାଏ । ସହରର ତାପମାତ୍ରା ଦିନ ୩ଟା ପରେ ଧିରେ ଧିରେ ହ୍ରାସ ପାଇବାକୁ ଲାଗିଥାଏ ବୋଲି ସେ ‘ଓଡ଼ିଶା ସମ୍ବାଦ’ କୁ ସୂଚନାଦେଇ କହିଛନ୍ତି ।

Leave A Reply

Your email address will not be published.