Latest Odisha News

BREAKING NEWS

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସିବ କରୋନା କେସ୍ । ଆଜି ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୬ । ୧୮ ବର୍ଷ ଭିତରେ ଆଉ ୩୫ ଜଣ ପଜିଟିଭ୍ ବାହାରିଛନ୍ତି ।

ଆଜି ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୭୬ ସଂକ୍ରମିତ ହୋଇଛନ୍ତି । ସମ୍ୱଲପୁରରୁ ୧୮, କଟକରୁ ୧୪, ମୟୂରଭଞ୍ଜରୁ ୧୨ ଜଣ ପଜିଟିଭ୍ ବାହାରିଛନ୍ତି । ବାକି ଅନ୍ୟ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ୧୨ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୬୫୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୩୪ହଜାର ୫୦୫ ସଂକ୍ରମିତ । ଏବେ ରାଜ୍ୟରେ ୨ହଜାର ୭୧୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.