Latest Odisha News

BREAKING NEWS

ଫିଲ୍ମ ‘ଅନ୍ତିମ’ରେ ସଲ୍‌ମାନ ଅଭିନୟ କରନ୍ତୁ ବୋଲି ଚାହୁଁନଥିଲେ ଆୟୁଷ!

ନୂଆଦିଲ୍ଲୀ: ‘ଅନ୍ତିମ ଦ ଫାଇନାଲ ଟ୍ରୁଥ୍‌’ ସଲ୍‌ମାନ ଏବଂ ଆୟୁଷ ଶର୍ମାଙ୍କୁ ‌ଏକାଠି ଦେଖିବାକୁ ମିଳିଛି। କିନ୍ତୁ ଅନ୍ତିମରେ ସଲ୍‌ମାନ ଅଭିନୟ ନକରନ୍ତୁ ବୋଲି ଆୟୁଷ ଚାହୁଁଥିଲେ। ଆୟୁଷ ଏ କଥା ସ୍ୱୀକାର ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଯେ ସେ ଭୟ କରୁଥିଲେ ଯେ ସଲମାନଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବା ପୁଣି ଥରେ ନେପୋଟିଜ୍‌ମ୍‌କୁ ନେଇ ବିତର୍କ ସୃଷ୍ଟି ହୋଇପାରେ।

ସେ କହିଛନ୍ତି ଯେ ପ୍ରାରମ୍ଭରେ, ମୁଁ ସଲମାନ ଭାଇ ଅନ୍ତିମରେ ଏକ ଅଂଶ ହେବାର ଧାରଣା ବିରୁଦ୍ଧରେ ଥିଲି। ମୁଁ ଚାହୁଁ ନଥିଲି ଯେ ସେ ଫିଲ୍ମ କରନ୍ତୁ ବୋଲି। ବାସ୍ତବରେ, ମୁଁ ପରିବାରର ସମସ୍ତ ଲୋକଙ୍କ ନିକଟକୁ ଯାଇ ତାଙ୍କୁ ଏହା ନକରିବା ପାଇଁ ମନାଇବାକୁ ମଧ୍ୟ କହିଥିଲି।

Comments are closed.