Latest Odisha News

BREAKING NEWS

‘କଳଙ୍କ’ ରିଲିଜ୍ ପରେ କ’ଣ କହିଲେ ଆଲିଆ !

ମୁମ୍ବାଇ: ଫିଲ୍ମ ‘କଳଙ୍କ’ ରିଲିଜ୍ ହେବାପରେ ଚୁଲବୁଲି ଆଲିଆ ତାଙ୍କ ନିଜ ଫୋନରୁ ଟ୍ୱିଟ୍ କରି ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ – “କଳଙ୍କ ନାହିଁ ତ ଇସ୍କ ନାହିଁ” ।

ବଲିଉଡ଼ର ଅଘୋଷିତ ବେଷ୍ଟ୍ ଆକ୍ଟ୍ରେସ୍ ଆଲିଆ ଭଟ୍ଟ ଏବେ ବହୁତ ଖୁସି । ଏପ୍ରିଲ୍ ୧୭ ତାରିଖରେ ବଡ଼ ପରଦାରେ ଫିଲ୍ମ ‘କଳଙ୍କ’ ରିଲିଜ୍ ହେବା ପରେ ଚୁଲବୁଲି ଆଲିଆଙ୍କ ଆନନ୍ଦ କହିଲେ ନସରେ । ‘କଳଙ୍କ’ରେ ଆଲିଆଙ୍କ ବିପକ୍ଷ ଆକ୍ଟର୍ ବରୁଣ ଧାୱନ ହୁଅନ୍ତୁ କି ଆକ୍ଟ୍ରେସ୍ ସୋନାକ୍ଷୀ ସିହ୍ନା ସମସ୍ତେ ଖୁସି କିନ୍ତୁ ଆଲିଆ ନୂଆ ଅନ୍ଦାଜରେ ନିଜ ଖୁସି ଜାହିର କରିଛନ୍ତି ।

ଫିଲ୍ମଟିର ସମ୍ପୂର୍ଣ୍ଣ ସୁଟିଂ ସରିବା ପରଠାରୁ ଆଲିଆ ପ୍ରାୟ ସବୁଦିନ ନିଜର ଅଗଣିତ ଫ୍ୟାନମାନଙ୍କ ଲାଗି ଏହି ଫିଲ୍ମ ସମ୍ପର୍କରେ ଟ୍ୱିଟ୍ କରି କିଛି କିଛି ମନ୍ତବ୍ୟ ରଖିଥାଆନ୍ତି । ଏହି ଫିଲ୍ମରେ ସୁନ୍ଦରୀ ଆଲିଆଙ୍କ କରିସ୍ମା ଦେଖିବାକୁ ଅନେକ ଫ୍ୟାନ ଅନେଇ ବସିିଥିଲେ ।

ତେବେ ବୁଧବାର ଦିନ ଫିଲ୍ମଟି ରିଲିଜ୍ ହେବାପରେ ଆଲିଆ ନିଜେ ବରୁଣ ଧାୱନ ଓ ପ୍ରଡ୍ୟୁସର୍ କରଣ ଜୋହରଙ୍କ ସହିତ ଏକ ପାର୍ଟିରେ ମିଶିଥିଲେ । ଫିଲ୍ମର ସଫଳ ରିଲିଜ୍ ଲାଗି ତିନିଜଣ ବେଶ୍ ମଜ୍ଜା କରିଥିଲେ । ପାର୍ଟିରେ ଯୋଗଦେବାକୁ ଆଲିଆ କିନ୍ତୁ ବରୁଣଙ୍କୁ ଧରି କରଣଙ୍କୁ ଭେଟିବାକୁ ଚାଲିଯାଇଥିଲେ । ଫିଲ୍ମ ରିଲିଜ୍ ହେବା ପରେ ଆଲିଆ ବରୁଣଙ୍କ ସହିତ ରାତିରେ ତାଙ୍କ ଆକ୍ଟିଂ ମେଣ୍ଟର୍ କରଣଙ୍କୁ ବଧାଇ ଦେବାକୁ ଏହି ପାର୍ଟିର ଆୟୋଜନ କରିଥିବା କଥା ବଲିଉଡ଼ରେ ଚର୍ଚ୍ଚା ହେଉଛି ।

ଏବେ ଆଲିଆଙ୍କ ହାତରେ ଆହୁରି ଅନେକ ଫିଲ୍ମ ରହିଛି । ଆଲିଆଙ୍କ ସବୁ ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟ ସାଙ୍ଗକୁ ନିଜର କ୍ୟୁଟନେସ୍ ଫ୍ୟାନମାନଙ୍କୁ ବେଶ୍ ଆକୃଷ୍ଟ କରିପାରୁଛି । ଆଲିଆଙ୍କ ଦୁଷ୍ଟାମି ହେଉକି ଅଭିନବ ରୋମାଣ୍ଟିକ୍ ଅନ୍ଦାଜରେ ଅଗଣିତ ଫ୍ୟାନ୍ ଫ୍ୟୁଜ୍ ହେବା ସ୍ୱାଭାବିକ । ଏବେ ବାକି ରହିଲା ଆଲିଆଙ୍କ ଅଭିନୀତ ଏହି ମେଗା ଫିଲ୍ମ ‘କଳଙ୍କ’ ବକ୍ସ ଅଫିସରେ କେମିତି ବ୍ୟବସାୟ କରୁଛି ।

Leave A Reply

Your email address will not be published.