Latest Odisha News

[ଭିଡ଼ିଓ] ଆ କା ମା ବୈ…ଉତ୍କଳୀୟ ପରମ୍ପରା କାର୍ତ୍ତିକ ପୁର୍ଣ୍ଣିମା

ଭୁବନେଶ୍ୱର: ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋର ମାସିକ ଧରମ ମୋର. . .ଆଜି ହେଉଛି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୁର୍ଣ୍ଣିମା । ବିଭିନ୍ନ ସ୍ଥ।।ନରେ ସାଧବପୁଅଙ୍କୁ ସ୍ମରଣ କରି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ । ଏନେଇ ଜଳାଶୟ ଗୁଡିକରେ ଲାଗିଥିଲା ଗହଳି ।

ରାଜଧାନୀ ଭୁବନେଶ୍ୱରରେ ଜଳାଶୟ ଗୁଡିକରେ ଡଙ୍ଗା ଭସାଇବା କଟକଣା ଥିଲେ ବି ବିଭିନ୍ନ ଜଳାଶୟ ଗୁଡିକରେ ଡ଼ଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ ।

ସେହିଭଳି କୂଆଖାଇ ନଦୀରେ ମଧ୍ୟ ସକାଳ ସକାଳୁ ପହଂଚିଯାଇଥିଲେ ବହୁ ଶ୍ରଦ୍ଧାଳୁ । ନଦୀ ପଠା ହୋଇ ଉଠିଥିଲା ଚଳଚଂଚଳ । ଶଙ୍ଖ ହୁଳ ହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ପାରିବେଶ । ସମସ୍ତଙ୍କ ମୁହଁରେ ଆ–କା ମା-ବୈ ର ସ୍ୱରା ଗୁଂଜରି ଉଠିଥିଲା । ସାଧବ ପୁଅ ମାନଙ୍କୁ ସ୍ମରଣ କରି ଛୋଟରୁ ବଡ଼ ସମସ୍ତେ ହାତରେ ଡଙ୍ଗା ଧରି ପାନ ଗୁଆ ଥୋଇ ଡ଼ଙ୍ଗା ଭସାଇଥିଲେ ।

କୋଭିଡ଼ କଟକଣା ଭିତରେ ବି ଶ୍ରଦ୍ଧାଳୁ ମାନେ ନିଜ ନିଜ ଧର୍ମ ମାସ ପାଳନ କରିବାକୁ ଭୁଲି ନାହାନ୍ତି । ସକାଳୁ ସକାଳୁ ଶୀତ କାକରରେ ନଦୀକୂଳରେ ପହଂଚି ଡ଼ଙ୍ଗା ଭସାଇଛନ୍ତି ଛୋଟରୁ ବଡ଼ ସମେସ୍ତ ।

Comments are closed.