Latest Odisha News

ମୋଦୀଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଏମିତି ପ୍ରତିକ୍ରିୟା ଦେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରଖ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ରାଜନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ଅଭିନେତ୍ରୀ ରିଚା ଚଢା ଏହାକୁ କୃଷକଙ୍କ ବିଜୟ ବୋଲି କହିଥିବାବେଳେ ଶ୍ରୁତି ସେଠ୍‌ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ବିରୋଧ ପ୍ରଦର୍ଶନ ସମୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ତାପସୀ ପନ୍ନୁ ମଧ୍ୟ ମୋଦୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

ଭୁପିନ୍ଦର ଚୌଧୁରୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ରିଚା ଚଢା ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ସେ ଲେଖିଛନ୍ତି, “ଜିତ୍‌ ଗୟୈ ଆପ୍! ଆପ୍ କୀ ଜିତ୍‌ ସବ୍ କୀ ଜିତ୍‌ ହୈ।

Leave A Reply

Your email address will not be published.