Latest Odisha News

BREAKING NEWS

[ଭିଡ଼ିଓ] ମତ୍ସ୍ୟ ବିଭାଗ ତରଫରୁ ବାଲିମେଳା ଜଳଭଣ୍ଡାରରେ ଛଡାଗଲା ମାଛ ଜାଆଁଳା

ଚିତ୍ରକୋଣ୍ଡା : ବିଭିନ୍ନ ସ୍ଥାନରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସବିଭାଗ ତରଫରୁ ମାଛ ଯାଆଁଳା ସବୁ ଛଡା ଯାଇଛି । ଲୋକଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସ୍ଵାଭିମାନ ଅଞ୍ଚଳରେ ରେ ଥିବା ୬ ଗୋଟି ମତ୍ସ୍ୟ ସମବାୟ ସମିତି ସହିତ ଅନ୍ତର୍ଭୁକ୍ତ ଥିବା ସମସ୍ତ ସଭ୍ୟଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଏହିସବୁ ପଦକ୍ଷେପ ନିଆ ଯାଇଛି ।

ଚଳିତ ବର୍ଷ ୨ କୋଟି ମାଛ ଜାଆଁଳା ଛଡାଯିବା ପାଇଁ ଲକ୍ଷ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୭୦ ଲକ୍ଷ ମାଛ ଜାଆଁଳା ଛଡା ସାରିଲାଣି । ଆଉ ବାକି ୧୩୦ ଲକ୍ଷ୍ୟ ଯାଆଁଳା ଡିସେମ୍ବର ଶେଷ ସୁଦ୍ଧା ଛଡା ଯିବାର ପ୍ରସ୍ତୁତି ହୋଇସାରିଛି । ବନ୍ଧ ଯୋଜନାରେ ବହୁ ବିସ୍ଥାପିତ ଲୋକ ଜମି ହରାଇବା ପରେ ଜଙ୍ଗଲ ଜମିକୁ ନେଇ ନିଜର ଜୀବିକା ପାଇଁ ମାଛ ଧରିବା କାମ ଆରମ୍ଭ କରିଛନ୍ତି । ଦୀର୍ଘ ୫୦ ବର୍ଷରୁ ମତ୍ସ୍ୟ ଜୀବୀମାନେ ମାଛ ଧରା କାର୍ଯ୍ୟ କରିଆସୁଛନ୍ତି ।

ସେହି ମତ୍ସ୍ୟଜୀବୀ ମାନଙ୍କ ପାଇଁ ବାଲିମେଳା ଜଳଭଣ୍ଡାରରେ ମାଛ ଜାଆଁଳା ଛାଡି ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏହା ସହିତ ଡିସେମ୍ବର ଶେଷ ସୁଦ୍ଧା ୧୦୦ ଜଣ ମତ୍ସ୍ୟଜୀବୀଙ୍କୁ ,ଡଙ୍ଗା,ଲାଇଫ୍ ଜ୍ୟାକେଟ ,ମାଛଜାଲ ବଣ୍ଟନ କରାଯିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି । ଏହା ଫଳରେ ସ୍ୱଭିମାନ ଅଞ୍ଚଳ ବାସିନ୍ଦାଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିବ ବୋଲି ଆଶା ବାନ୍ଧିଛନ୍ତି ଅଂଚଳ ବାସୀ।

Leave A Reply

Your email address will not be published.