Latest Odisha News

BREAKING NEWS

ଭୁବନେଶ୍ବର ପାଇଁ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ

ଭୁବନେଶ୍ବର : ଜନଗଣନାର ପ୍ରାରମ୍ଭିକ ପଦକ୍ଷେପ ସ୍ବରୂପ ଆଜି ଭୁବନେଶ୍ବର ନିଗମ ସଭାଗୃହରେ ଆରମ୍ଭ ହୋଇଛି ଜନଗଣନା ପ୍ରଶିକ୍ଷଣ । ଆଗକୁ ଆସୁଥିବା ଜନଗଣନା ପାଇଁ ବିଏମସି ଅଞ୍ଚଳରେ କିପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଣଗଣନା ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ୮ ଜଣ ଚାର୍ଜ ଅଫିସରଙ୍କୁ ଚୟନ କରାଯାଇଛି । ଏବଂ ଜନଗଣନା ନିୟମାବଳୀ ଅନୁସାରେ, ଆବଶ୍ୟକୀୟ ବୈଠକ, ପ୍ରଶିକ୍ଷଣ ଏବଂ କ୍ଷେତ୍ର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସଞ୍ଜୟ କୁମାର ସିଂହ । ଏହି ଅନୁସାରେ, ଆଜି ୮ ଜଣ ଚାର୍ଜ ଅଫିସରଙ୍କ ସମେତ ଅମିନ, ସର୍ଭେ ଆସିଷ୍ଟାଣ୍ଟ ଇତ୍ୟାଦିଙ୍କ ପାଇଁ ମୋଟ ୫୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଜଣଗଣନାର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ମହାନଗର ନିଗମ ଅଞ୍ଚଳକୁ କେତୋଟି ଏନୁମରେସନ ବ୍ଲକରେ ବିଭକ୍ତ କରାଯିବ, ସର୍ଭେ କିପରି କରାଯିବ, ଏହାର ମାପକାଠି କିପରି ରହିବ, ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ଚଳିତ ଜନଗଣନାରେ ପୂର୍ବ ବର୍ଷ ଭଳି ଏନୁମରେସନ ବ୍ଲକ ସ୍ଥିର ହେବ । ଏବଂ ପ୍ରତ୍ୟେକ ଚାର୍ଜ ଅଫିସରଙ୍କ ଅଧିନରେ ଚାର୍ଜ ରେଜିଷ୍ଟର କରାଯିବ । ଏଥିପାଇଁ ଜନଗଣନା ବିଭାଗରୁ ବର୍ଦ୍ଧିତ ଜନସଂଖ୍ୟାର ହାରାହାରି ହିସାବ ଆସିବା ପରେ ଗୋଟିଏ ଓ୍ବାର୍ଡ ବା ନିର୍ଦ୍ଦିଷ୍ଟ ଅଞ୍ଚଳରେ କେତୋଟି ଏନୁମରେସନ ବ୍ଲକ ହେବ, ତାହା ସ୍ଥିର ହୋଇପାରିବ । ନଭେମ୍ବର ୩୦ ତାରିଖ ସୁଦ୍ଧା ଚାର୍ଜ ରେଜିଷ୍ଟର କରିବାକୁ ଧାର୍ଯ୍ୟ ହୋଇଛି । ଜନସଂଖ୍ୟାର ହାରାହାରି ହିସାବ ଓ ନୂତନ ଭାବେ ଯୋଡି ହେବାକୁ ଥିବା ଅଞ୍ଚଳର ହିସାବକୁ ନେଇ କ୍ଷେତ୍ର ସର୍ବେକ୍ଷଣ କରାଯିବ ବୋଲି କହିଛନ୍ତି ବିଏମସି ଜନଗଣାନା ଦାୟିତ୍ବରେ ଥିବା ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ।

Comments are closed.