Latest Odisha News

BREAKING NEWS

ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୨ % : ସିଇଓ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ଲାଗି ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଚୂଡ଼ାନ୍ତ ଭୋଟଗ୍ରହଣ ୭୨ ପ୍ରତିଶତ ରହିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି, ରାଜ୍ୟର କେତେକ ପୋଲିଂ ବୁଥରେ ବିଭିନ୍ନ କାରଣ ଯୋଗୁଁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଟଗ୍ରହଣ ଜାରି ରହିଥିବା ଯୋଗୁଁ ଭୋଟ ହାର ପ୍ରକାଶ କରିବାରେ ବିଳମ୍ବ ହେଲା । ରାଜ୍ୟର ଅନ୍ୟାନ୍ୟ ପୋଲିଂ ବୁଥର ମତଦାନ ହାରକୁ ମିଶ୍ରଣ କରିବା ପରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ଭୋଟଗ୍ରହଣ ୭୨ % ରହିଥିବା କଥା ପ୍ରକାଶ କରିଛନ୍ତି ସିଇଓ ।

Leave A Reply

Your email address will not be published.