Latest Odisha News

BREAKING NEWS

ଫିଲ୍ମ ‘ଆଦିପୁରୁଷ’ ପାଇଁ ୧୫୦ କୋଟି ନେଇଛନ୍ତି ପ୍ରଭାସ!

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଇଣ୍ଡଷ୍ଟ୍ରିର ଜଣେ ବିଗ୍‌ ବଜେଟ୍‌ ଆକ୍ଟର ମଧ୍ୟରୁ ଜଣେ ତାଙ୍କର ଏକ ଭିନ୍ନ ଲୋକପ୍ରିୟତା ରହିଛି। ତାଙ୍କ ଲୋକପ୍ରିୟତା ଯେତିକି ତାଙ୍କ ପାଉଣା ମଧ୍ୟ ବେଶ୍‌ ଦମ୍‌ଦାର ରହିଥାଏ। ବ୍ଲକବ୍ଲଷ୍ଟର ମୁଭି ‘ବାହୁବଲୀ’ ପାଇଁ ବେଶି ଲୋକପ୍ରିୟତା ହାସଲ କରିପାରିଛନ୍ତି ପ୍ରଭାସ। ତେବେ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ତଥା ପ୍ରଭାସଙ୍କ ଅଭିନୀତ ଆଦିପୁରୁଷର ରିଲିଜ ଡେଟ୍‌କୁ ତାଙ୍କ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ‘ଆଦିପୁରୁଷ’ ପାଇଁ ପ୍ରଭାସଙ୍କୁ ୧୫୦ କୋଟି ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଛି। ପ୍ରଭାସ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକା ଭାବରେ ଉଭା ହୋଇଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟ ପ୍ରଭାସ ତୃତୀୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆକ୍ଟର ହୋଇପାରିଛନ୍ତି। ଏହାପୂର୍ବରୁ ଲମାନ ଖାନଙ୍କ ପରେ ‘ସୁଲତାନ’ ଏବଂ ‘ଟାଇଗର ଜିନ୍ଦା ହେ’ ପାଇଁ ୧୦୦ କୋଟିରୁ ଅଧିକ ପାରିଶ୍ରମିକ ନେଇଛନ୍ତି ଏବଂ ଏବଂ ଅକ୍ଷୟ କୁମାର ବେଳ୍‌ ବଟମ୍‌ ପାଇଁ ୧୦୦ ପାରିଶ୍ରମିକ ନେଇଥିବା ଜଣାପଡ଼ିଛି।

ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ସୈଫ ଅଲି ଖାନ, କ୍ରିତି ସାନନ ଏବଂ ସନ୍ନି କୌଶ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‘ଆଦିପୁରୁଷ’ ଅଗଷ୍ଟ ୧୧, ୨୦୨୨ ରେ ମୁକ୍ତିଲାଭ ପାଇଁ ଯୋଜନା କରାଯାଇଛି।

Comments are closed.