Latest Odisha News

ଅପମାନିତ ହେଲେ କେନ୍ଦ୍ର ମନ୍ତ୍ରି ସ୍ମୃତି ଇରାନୀ: କପିଲ ଶର୍ମା ଶୋର ଗାର୍ଡ ସେଟକୁ ଛାଡିଲାନି

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ଟିଭି କାର୍ଯ୍ୟକ୍ରମ ଶୋରେ ଘୋର ଅପମାନିତ ହେବାକୁ ପଡିଛି । ରିପୋର୍ଟ ମୁତାବକ କପିଲ ଶର୍ମାଙ୍କ ଶୋରେ ସ୍ମୃତି ଇରାନୀ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ । ମାତ୍ର ଦୁଃଖର କଥା ଶୋ’ର ଗାର୍ଡ ତାଙ୍କୁ ଭିତରକୁ ଛାଡି ନ ଥିଲା । କେନ୍ଦ୍ର ମନ୍ତ୍ରୀ ବାରମ୍ବାର ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଏପରିକି ତାଙ୍କ ଉପସ୍ଥିତିରେ ଜୋମାଟୋ ଡେଲିଭର ବୟକୁ ଗୁରୁତ୍ୱ ଦେଇଥିଲେ । ଶେଷରେ ସ୍ମୃତି ଇରାନୀ ରାଗି କରି ଶୋ ଛାଡି ପଳାଇ ଯାଇଥିଲେ । ଏହି ଶୋରେ ସେ ତାଙ୍କ ଥ୍ରୀଲର ପୁସ୍ତକ ଲାଲ ସଲାମ ବିଷୟରେ କହିଥାନ୍ତେ ।

ଉକ୍ତ ଗାର୍ଡଟି ପଛରେ ନିଜ ଭୁଲ ଜାଣିବା ପରେ ସେ ସ୍ଥାନ ଛାଡି ପଳାଇବା ସହ ଫୋନ ସୁଇଚ ଅଫ କରିଦେଇଛି । ପ୍ରଡକ୍ସନ ଟିମ ସ୍ମୃତିଙ୍କୁ ଏ ନେଇ ଭୁଲ ମାଗିବା ସହ କାର୍ଯ୍ୟକ୍ରମକୁ ଫେରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ । ପରେ ସନୀ ଦେଓଲଙ୍କ ପୁତ୍ର କରନ ଦେଓଲଙ୍କ ଫିଲ୍ମ ବଲ୍ଲେର ପ୍ରମୋଶନ ଶୁଟିଂର ଏପିସୋଡ ଶୁଟ କରାଯାଇଥିଲା ।

Leave A Reply

Your email address will not be published.