Latest Odisha News

BREAKING NEWS

କବିତା : ମହଜୁଦ କବିତାର ଶକ୍ତି

ଗଜାନନ ମିଶ୍ର

ଦେଖ, ଦେଖ
ମନ୍ଦକୁ ଅଲଗା କରୁଛି,
ମହଜୁଦ ପୁଣି ସବୁଠି
କବିତାର ଶକ୍ତି।

ଯିଏ ଯାହାର ଯେମିତି
କହିବାର ଅଛି କହିବେ,
ଯିଏ ଯାହାର ଯେମିତି
କରିବାର ଅଛି କରିବେ
କବିତାକୁ ନିଜ ବାଟରେ
ଯିବାର ଅଛି ଆଉ
ଯେମିତି ହେଉ ଯିବ ହିଁ ।

ଭାବନି ଏଣୁତେଣୁ,
ହେବାର ନାହିଁ କିଛି କ୍ଷତି।
ଅଛି ଅଛି, କବିତା ଅଛି
ଆଉ ଅଛି କବିତା ଭିତରେ
ସବୁ ସବୁ କ୍ରିୟା ପ୍ରତିକ୍ରିୟାର ମଞ୍ଜି ।

ହଁ ହଁ, ଗଲାବେଳେ ଆଗେଇ
ଯିବାକୁ ହେବ ଦେଖିଚାହିଁ।
ପ୍ରାଣ ନ ରହିପାରେ ବି
ଗୋଡିଗୋଟେରେ ହେବ
ଯେବେ ଝୁଣ୍ଟେଇ।

କବିତାକୁ କବିତାଠୁ
ଆଉ ଅଲଗା କର ନି।
ଦେଖ ଦେଖ କବିତା ହିଁ
କବିତାକୁ ଦେଉଛି ବଞ୍ଚାଇ ।
ଭାବ ନି, କରୁଛ କିଛି
ନ ଥିଲେ ତୁମେ ହୁଅନ୍ତାନି।
କବିତାକୁ କୁହନି ନାହିଁ ।

ତପୋବନ, ଟିଟିଲାଗଡ

Comments are closed.