Latest Odisha News

BREAKING NEWS

ବରୁଣଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଜାରୀ

ମୁମ୍ବାଇ: ବରୁଣ ଧାୱନ ଓ କୃତି ସେନନଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଆଜି ଜାରୀ କରାଯାଇଛି । ୨୫ ନଭେମ୍ବର ୨୦୨୨ରେ ଏହି ଫିଲ୍ମ ରିଲିଜ ହେବ । ବରୁଣ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେବା ସହ ଏହାର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି । ଏହି ହରର କମେଡି ଫିଲ୍ମର ନିର୍ଦ୍ଦେଶନା ଅମର କୌଶିକ ଦେଇଛନ୍ତି ।

ବରୁଣ-କୃତିଙ୍କ ବ୍ୟତୀତ ଦୀପକ ଡୋବରିୟାଲ ଓ ଅଭିଷେକ ବାନାର୍ଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୋଷ୍ଟରରେ ଜଙ୍ଗଲ ମଧ୍ୟରେ ବରୁଣଙ୍କୁ ଚାହାଣୀ ଗଧିଆ ଭଳି ଦୃଶ୍ୟମାନ ହେଉଛି । କରୋନା ମହାମାରୀ ଯୋଗୁ ଫିଲ୍ମର ଶୁଟିଂରେ ବିଳମ୍ବ ଘଟିଥିଲା । ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଦେଖିବା ଦର୍ଶକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.