Latest Odisha News

BREAKING NEWS

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଢ଼େଙ୍କାନାଳ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗାଁର ପ୍ରତାପ ମହାନ୍ତିଙ୍କ ପୁଅ ତୁଷାରକାନ୍ତ ମହାନ୍ତି ।

ସୂଚନା ଅନୁଯାୟୀ, ତୁଷାର ଆଜି ସକାଳୁ ଗାଧୋଇବାକୁ ଯାଇଥିବାବେଳେ ଗାଁ ପୋଖରୀକୁ ଯାଇ ଆଉ ଘରକୁ ଫେରିନଥିଲେ । ତୁଷାରକଙ୍କ ଘରକୁ ଫେରିବା ବିଳମ୍ବ ହେବା ନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତୁଷାରଙ୍କୁ ଗାଁ ପୋଖରୀ ଭିତରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.